Acidity ରୋଗ ଉପରେ…......
*ମୋ ଆଈମା ସ୍ୱାସ୍ଥ୍ୟ କଥା – 31 Acidity ରୋଗ ଉପରେ…*
ଖାଦ୍ୟରେ ଯଦି ବିଷ ରହିବ ତାହେଲେ ଯକୃତ ତାକୁ ଅସ୍ବୀକାର କରିବ l ଯଦି ଖାଦ୍ୟରେ କୌଣସି ବିଷ ନାହିଁ କିନ୍ତୁ ମଣିଷ ପୂର୍ବରୁ ପେଟରେ ବିଷ ରଖିଥିବ ମାନେ ହେଲା ପେଟରେ କଫ ବା ଚର୍ବି ଅଧିକ ଥିବ ତାହେଲେ ମଧ୍ୟ ଖାଦ୍ୟ ହଜମ ଠିକ ହେବନାହିଁ l ଆମେ ପୂର୍ବ ଆଈମା ସ୍ୱାସ୍ଥ୍ୟ କଥାରେ କହିଛୁ ବିରୁଦ୍ଧ ଖାଦ୍ୟ ବିଷୟରେ ଏହା ମଧ୍ୟ ଖାଦ୍ୟ ହଜମ କରାଏ ନାହିଁ l
ଯଦି ବ୍ୟକ୍ତିକୁ ଗ୍ୟାସ, ପେଟ ଫୁଲିବା, ପାଟିରୁ ଖଟା ବାସ୍ନା ଆସିବା, ହାକୁଟି ଆସିବା ବା ବାରମ୍ବାର ଝାଡା ଲାଗୁଥିବା, ପାଇଖାନା ଗଲେ ଶୀଘ୍ର ପେଟ ସଫା ନହେବା ବା ଚିକ୍କଣ ଝାଡା ହେବା, ପେଟ ଘା, ତୁଣ୍ଡ ଘା, ଅର୍ଶ, ସମସ୍ତ ଚର୍ମ ରୋଗର ମୂଳ କାରଣ ହେଲା ଏସିଡ଼ିଟି l ତେଣୁ କେଉଁ ଖାଦ୍ୟରେ ବିଷ ଅଛି ତାହା ତୁମ ପେଟ କହିଦେବ l
ସମାଧାନ ହେଲା – ସେଇ ଖାଦ୍ୟ ଖାଅନି ପ୍ରଥମେ ନିଜର ହଜମ ଶକ୍ତିକୁ ବଢ଼ାନ୍ତୁ, କେମିତି?
👉 ଯଦି ଆପଣଙ୍କ ଏସିଡ଼ିଟି ରହୁଛି ସପ୍ତାହରେ ଗୋଟିଏ ଦିନ ଅନ୍ନ ତ୍ୟାଗ କରି ସକାଳେ ଓ ଦୁଇପହରେ ଫଳ ମୂଳ ଓ ରାତିରେ ଦେଶୀ ଗାଈ କ୍ଷୀର ସେବନ କରିବେ l
👉 ଜୁଆଣି ଖାଆନ୍ତୁ ସକାଳ ଓ ଦୁଇପହର ଖାଦ୍ୟରେ l
👉 ଜୁଆଣି ଔଷଧ ନୁହେଁ ଆମର ମସଲା ଭଳିଆ ଏକ ଖାଦ୍ୟ ଜିନିଷ l
👉 ସେଥିପାଇଁ ଦୁଇପହର ଭୋଜନ ପରେ ନିଶ୍ଚୟ ଜୁଆଣି ଖାଆନ୍ତୁ l
👉 ଖାଦ୍ୟ ଖାଇବାର ଦେଢ଼ ଘଣ୍ଟା ପରେ ପାଣି ପିଇବା ଉଚିତ l କମ ପାଣି ପିଇଲେ କେବେବି ଏସିଡ ଭଲ ହେବନି l
👉 ଅଧିକ ରାତ୍ରି ପର୍ଯ୍ୟନ୍ତ ଚେଇଁଲେ ଏସିଡିଟି କେବେ ମଧ୍ଯ ଭଲ ହେବନାହିଁ l
👉 ପ୍ରତିଦିନ ଯୋଗ ଓ ପ୍ରାଣାୟାମ କିମ୍ବା କସରତ ଠିକ ଭାବେ କର l
👉 ସକାଳେ ଅଧିକ ସମୟ ଖାଲି ପେଟରେ ରହିଲେ ଏହି ସମସ୍ୟା କେବେବି ଦୂର ହେବନାହିଁ l
👉 ବିଦେଶୀ ଓ ସଙ୍କର ଗାଈ କ୍ଷୀର ପିଇଲେ ଏସିଡ଼ିଟି କେବେ ମଧ୍ଯ ଭଲ ହେବନାହିଁ l ଦେଶୀଗାଇ କ୍ଷୀରକୁ ସବୁବେଳେ ରାତିରେ ଉଷୁମ ଥିବା ଅବସ୍ଥାରେ ପିଇବେ l ବିଦେଶୀ ଓ ସଙ୍କର ଗାଈର କ୍ଷୀରରେ ତିଆରି ଜିନିଷ ମାଗଣାରେ ମିଳିଲେ ମଧ୍ୟ ଗ୍ରହଣ କରନ୍ତୁ ନାହିଁ l
👉 ଦେଶୀଗାଈ କ୍ଷୀର ପିଇଲେ କେବେ ମଧ୍ଯ ଅସୁବିଧା ହେବନାହିଁ l ଯଦି ଆପଣଙ୍କ ଏସିଡ଼ିଟି କମୁନାହିଁ କିଛି ଦିନ ଦେଶୀଗାଇ କ୍ଷୀରରୁ ତିଆରି ଛେନା ପାଣି ସକାଳେ 50 ml କିମ୍ବାବା 50 ml ପିତା ଲାଗୁଥିବା ଗୋମୂତ୍ର ପିଅନ୍ତୁ ଠିକ ହେଇଯିବ l
👉 ବେଲ ପତ୍ର ମଧ୍ୟ ଗୋଟିଏ ବଡ଼ ଔଷଧ ଏସିଡ଼ିଟି ପାଇଁ କିନ୍ତୁ ନିୟମ ମାନି ଖାଇବାକୁ ହୁଏ l
👉 ଏସିଡିଟି ଏକ ସାଧାରଣ ରୋଗ ହେଲେ ମଧ୍ୟ ସବୁ ରୋଗର ଜନନୀ l
*🙏ଜୟ ଶ୍ରୀ ଜଗନ୍ନାଥ🙏
Comments
Post a Comment